ମୁଖ୍ୟ ଖବର

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶତ ପ୍ରତିଶତ ସଫଳତା: ୫୬୫ ରଖି ତାପସ ମହାକୁଡ଼ ସ୍କୁଲ ଟପ୍ପର

By Angul TV Bureau

May 02, 2025

ଅନୁଗୁଳ: ଶୁକ୍ରବାର ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶତ ପ୍ରତିଶତ ସଫଳତା ହାସଲ କରିଛି। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ଚଳିତବର୍ଷ ୨୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ-୧ରେ ୧୦ ଜଣ, ଏ-୨ରେ ୩୧ ଜଣ, ବି-୧ରେ ୫୨ ଜଣ, ବି-୨ରେ ୬୬ ଜଣ, ସିରେ ୩୮ ଜଣ, ଡିରେ ୭ ଜଣ ଓ ଇ‌ ଗ୍ରେଡ୍‌ରେ ଜଣେ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ତାପସ ମହାକୁଡ଼ ୫୬୫ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟର ଟେକ ରଖିଛନ୍ତି। ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିଚାଳନା ସମିତି ସଭାପତି ଡା. ସୁଧାକର ପାଳ, ସଂପାଦକ ଅଶୋକ ମୋଦୀ, ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ, ସହ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ସାହୁ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଅଭିନନ୍ଦନ ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଦେଇଛନ୍ତି।