ମୁଖ୍ୟ ଖବର

ରାସ୍ତାରେ ଗଡୁଛି ଶହ ଶହ ଭ୍ୟାକସିନ ଡାଇଲ୍ୟୁଟାଣ୍ଟ

By Biswaranjan Pattnaik

December 27, 2024

ଅନୁଗୁଳ: ଅନୁଗୁଳ ଖଲାରୀ-ନୂଆଗାଁ ରାସ୍ତା ବାଇପାସ ନିକଟରେ ପ୍ରାଣୀଧନ ବିଭାଗର ଭ୍ୟାକସିନ ଡ଼ାଇଲ୍ୟୁଟାଣ୍ଟ ଶହ ଶହ ସଂଖ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଏହି ଔଷଧ ଗୁଡିକ ବିଶେଷ କରି କୁକୁଡ଼ା ମାନଙ୍କୁ ଭ୍ୟାକସିନ ସହ ମିଶାଇ ଦିଆ ଯାଏ।ଜେନେକ୍ସ କମ୍ପାନୀର ଅବଧି ସରି ନଥିବା ଏହି ଔଷଧ ଗୁଡିକୁ କିଏ ଏବଂ କାହିଁକି ଏଠାରେ ଫିଙ୍ଗିଲା ତାହା ରହସ୍ୟମୟ ଲାଗୁଛି। ଏ ସମ୍ପର୍କରେ ଅନୁଗୁଳ ପ୍ରାଣୀଧନ ବିଭାଗର ଉପ ନିର୍ଦେଶକ ଡ଼ା କେଶବ ଚନ୍ଦ୍ର ପ୍ରଧାନଙ୍କୁ ଯୋଗା ଯୋଗ କରିବାରେ ଏହା ସରକାରୀ ଔଷଧ ନୁହେଁ ବୋଲି ସ୍ପଷ୍ଟ କରିବା ସହ ଏହା ଘରୋଇ ଫାର୍ମ ପାଇଁ ଉଦିଷ୍ଟ ଔଷଧ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଏହି ଔଷଧ କିଏ ଫିଙ୍ଗିଲା ତାର ତଦନ୍ତ ହେବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।