ଘଟଣା ଓ ଦୁର୍ଘଟଣା

ଦୋକାନରେ ହଙ୍ଗାମା; ଭୁବନେସରିୟା ଟୋକା ଫୁଟେଇ ଦେବି…..

By Biswaranjan Pattnaik

September 09, 2022

ଅନୁଗୁଳ: ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ହେବ,ଲଷ୍ମୀ ବଜ଼ାର ଏକ ଫଟୋ ବନ୍ଧେଇ ଦୋକାନରେ ପହଞ୍ଚିଲେ ଜଣେ ଯୁବକ,କହିଲେ ଏ ଫଟୋ ଟା ବନ୍ଧେଇ ହେବ।ଦୋକାନୀ ଜଣକ କହିଲେ ଏବେ ମୋ ଦେହ ଭଲ ଲାଗୁନି ଆପଣ ଆଉ କୋଉଠି କରାଇ ନିଅନ୍ତୁ। କିନ୍ତୁ ଯୁବକ ଜଣକ ନଛୋଡବନ୍ଧା, ଦୋକାନ ଖୋଲିଚ ମାନେ କାମ କରିକି ଦିଅ।

ସାମାନ୍ୟ ଏଇକଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଏମିତି ବଢିଗଲା ଯେ ଯୁବକ ଜଣକ ଦୋକାନୀ କୁ ମୁଁ ଭୁବନେସରିୟା ଟୋକା ଫୁଟେଇ ଦେବି ଜାଣିଚୁ ବୋଲି କହିଲେ। ପାଟିତୁଣ୍ଡ ଶୁଣି ପାଖ ଦୋକାନୀ ଉଠି ଆସି ଯୁବକ ଜଣକୁ ଏମିତି ଛେଚିଲେ ଯେ ସେ ବିଚରା ଯୁବକ ଜଣକ ସେ ଜାଗାରୁ ଦୌଡ଼ିପଳାଇଲେ।ଯୁବକ ଜଣକ ଗୋଟେ ଘରୋଇ ସଂସ୍ଥାର ମାର୍କେଟିଂ ଏଜେଣ୍ଟ ବୋଲି ଜଣାପଡିଛି ।