ଅନ୍ୟାନ୍ୟ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସମାଧାନ ଦାବିରେ ଅନଶନ

By Biswaranjan Pattnaik

February 22, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ସମାଧାନ ଦାବି କରି ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଆଜିଠାରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରିଛି। ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବିଶେଷଜ୍ଞ ଡ଼ାକ୍ତର ଆସିବାରେ କଟକଣା ପ୍ରତ୍ୟାହାର କରିବା, ଅନୁଗୁଳ ମେଡିକାଲକୁ ସୁପର୍ ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବା ଆଦି ୧୧ ଦଫା ଦାବିରେ କମିଟି ଅନଶନକୁ ଓହ୍ଲାଇଛି। କମିଟି ଆବାହକ ପ୍ରମୋଦ କୁମାର ପ୍ରଧାନ, ଅଭିମନ୍ୟୁ ସ୍ବାଇଁ, ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ମାନସ କୁମାର ପାଲ, ତିର୍ଥବାସୀ ଭୋଇ ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଛି।