ଘଟଣା ଓ ଦୁର୍ଘଟଣା

ଦେଶୀ ବନ୍ଧୁକ ଧରି ଶିକାର ଖୋଜୁଥିବା ଯୁବକକୁ ମାଡ଼ି ବସିଲେ ବନ କର୍ମଚାରୀ

By Angul TV Bureau

May 16, 2023

ଆଠମଲ୍ଲିକ: ହାତୀଧରା ସଂରକ୍ଷିତ କମ୍ପାଲମେଣ୍ଟରେ ହାତରେ ଦେଶୀ ବନ୍ଧୁକ ଧରି ଶିକାର ଉଦ୍ଦେଶ୍ୟରେ ଯାଉଥିବା ଜଣେ ଯୁବକକୁ ଆଠମଲ୍ଲିକ ବନ ବିଭାଗ ଗିରଫ କରିଛି।ଗିରଫ ବ୍ୟକ୍ତି ହେଲେ ଅଏଡା ପଞ୍ଚାୟତ କୁଟୁଙ୍ଗା ଗ୍ରାମର ବିରଞ୍ଚି ଦେହୁରୀ।

ବିରଞ୍ଚି ଶିକାର କରିବାକୁ ଏକ ଦେଶୀ ବନ୍ଧୁକ ଧରି ହାତୀ ଧରା ସଂରକ୍ଷିତ ଜଙ୍ଗଲକୁ ଯିବା ବେଳେ ବନ ବିଭାଗ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଚଢ଼ଉ ବେଳେ ଫରେଷ୍ଟର ଆଲୋକ କୁମାର ମିଶ୍ର, ଫରେଷ୍ଟ ଗାର୍ଡ ଜିତେନ୍ଦ୍ର କୁମାର ସାହୁ, ଦୀପକ କୁମାର ବେହେରା, ସୁଧୀର କୁମାର ବେହେରା, ସ୍କ୍ୱାର୍ଡ ଟିମ ଯୁଗଳ ଷଣ୍ଢ, ବିଦ୍ୟାଧର ପ୍ରଧାନ, ରେବତୀକାନ୍ତ ମିଶ୍ର, ସତ୍ୟଜିତ ପାତ୍ର, ନିରଞ୍ଜନ ପାତ୍ର, ବିନୋଦ କର୍ଣ୍ଣ ଉପସ୍ଥିତ ଥିଲେ।