ମୁଖ୍ୟ ଖବର

ଯୌତୁକ ପାଇଁ ପୁଣି ଗଲା ନବ ବଧୂ ଜୀବନ, ଅଭିଯୁକ୍ତ ସ୍ୱାମୀ ଗିରଫ

By Angul TV Bureau

October 14, 2022

ଆଠମଲ୍ଲିକ: ଆଠମଲ୍ଲିକ ଥାନା ନଅଗାଁରେ ଯୌତୁକ ନିର୍ଯାତନା ପାଇଁ ବଧୂହତ୍ୟା ଭଳି ସମ୍ବେଦନଶୀଳ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ସ୍ୱାମୀକୁ ଶୁକ୍ରବାର କୋର୍ଟଚାଲାଣ କରିଛି।

ସୂଚନା ମୁତାବକ, ନଅଗାଁର ଆନନ୍ଦ ଗାଈଗରିଆଙ୍କ ପୁଅ ଉତ୍ତମ ଅଏଡା ପଞ୍ଚାୟତ ରଙ୍ଗପୁରର ମହେଶ୍ୱର ଦନ୍ତାଙ୍କ ଝିଅ ସୁଜାତାକୁ ବିବାହ କରିଥିଲା। ଗତ ଗୁରୁବାର ରାତିରେ ଉତ୍ତମ ମଦ୍ୟପାନ କରି ଘରକୁ ଫେରି ସୁଜାତାକୁ ମାରପିଟ୍ କରିବାରୁ ତାଙ୍କ ମୃତ୍ୟୁ ଘଟିଥିବା ସୁଜାତାର ବାପା ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ସ୍ୱାମୀ ଉତ୍ତମ ଓ ଶ୍ୱଶୁର ଆନନ୍ଦକୁ ଥାନାକୁ ଆଣି ପଚରାଉଚୁରା କରିବାପରେ ଏକ ମାମଲା ରୁଜୁ କରି ଶୁକ୍ରବାର ଉତ୍ତମକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ମୃତ ସୁଜାତାର ସ୍ୱାମୀ ଉତ୍ତମ, ଶ୍ୱଶୁର ଆନନ୍ଦ ଓ ଶାଶୁ ବାସନ୍ତୀ ନାମରେ ଆଠମଲ୍ଲିକ ଥାନାରେ ଆଇପିସି ଧାରା ୨୩୮ /୨୨, ୪୯୮ (ଏ), ୨୯୪, ୩୨୩, ୩୦୪(ବି), ୩୦୨, ୨୦୧, ୩୪ ଆଇପିସି ଓ ୪(ଡିପି )ରେ ମାମଲା ରୁଜୁ ହୋଇଛି।