ଘଟଣା ଓ ଦୁର୍ଘଟଣା

କରଜ କରି ସାଇକେଲ କିଣିବା ମହାଙ୍ଗା ପଡ଼ିଲା

By Angul TV Bureau

August 24, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁର ରିଣ୍ଟୁ ଓରଫ ରବିନ୍ଦ୍ର ଗୋଚ୍ଛାୟତ(୨୫)ଙ୍କ ସ୍ତ୍ରୀ କଣ୍ଡେଇ ଗୋଚ୍ଛାୟତ(୨୫) ସୋମବାର ରାତିରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାରେ କଣ୍ଡେଇଙ୍କ ପରିବାର ତରଫରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତକରି ସ୍ବାମୀ ରବିନ୍ଦ୍ରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନା ଯେ, ରବିନ୍ଦ୍ର ଧାରକରି ଏକ ସାଇକେଲ କିଣିଥିଲେ। ସାଇକେଲ କାହିଁକି ଧାରକରି କିଣିଲ। କେଉଁଠୁ ଟଙ୍କା ପରିଶୋଧ କରିବ ବୋଲି କଣ୍ଡେଇ କହିଥିଲେ। ଏ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ତେବେ ରାତିରେ କଣ୍ଡେଇ ଘରପାଖ ଏକ ଗଛରେ ପନ୍ଧା ଲୁଗାରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।