ଘଟଣା ଓ ଦୁର୍ଘଟଣା

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମକରି ସ୍ବାମୀ ଗିରଫ

By Sanjeeb Biswal

September 17, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡିଆ ଗାଁର ମୋହନ କୁମାର ଅଗ୍ରୱାଲ(୫୦) ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୋହନ ଜୁଲାଇ ମାସ ୧୮ ତାରିଖରେ ତାଙ୍କ ସ୍ତ୍ରୀ ନୟନାଙ୍କୁ ମାଡ଼ ମାରିବାସହ ତଣ୍ଟିଚିପି ହତ୍ୟାକରିବାକୁ ଉଦ୍ୟମ କରିଥିଲେ। ଏ ନେଇ ନୟନା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ମୋହନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ତେବେ ଗତ କିଛିଦିନ ହେବ ମୋହନ ବେଲରେ ଆସିବାପରେ ପୁଣି ବୁଧବାର ଅନୁରୁପ ଭାବେ ହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ନୟନା ପୁଣି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଥାନା କେସ ନଂ୪୩୨/୨୧ରେ ଦଫା ୩୪୧, ୨୯୪, ୩୨୩, ୩୦୭ ଓ ୫୦୬ରେ ମାମଲା ରୁଜୁକରି ଅଭିଯୁକ୍ତ ମୋହନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି।