ଘଟଣା ଓ ଦୁର୍ଘଟଣା

ସ୍ତ୍ରୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

By Swagatika Samantray

July 21, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ସ୍ବାମୀଙ୍କୁ ଗିରଫକରିଛି। ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁର ବିଧୁଭୂଷଣ ସାହୁ(୩୯) ସପରିବାର ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆରେ ଭଡ଼ାରେ ରହୁଥିଲେ। ଗତ ୧ ମାସ ହେବ ସେନାରେ କାମ କରୁଥିବା ବିଧୁଭୂଷଣ ଛୁଟିରେ ଆସିଥିଲେ। କୌଣସି କାରଣୁ ଘରୋଇ ଗଣ୍ଡଗୋଳରୁ ମଙ୍ଗଳବାର ବିଧୁଭୂଷଣ କରଡ଼ାଗାଡ଼ିଆରୁ ତାଙ୍କ ସ୍ତ୍ରୀ ସିଲା ସାହୁ(୨୮)ଙ୍କୁ ନିସ୍ତୁକ ମାଡ଼ମାରି ନିଜ ଗାଁକୁ ଏକ ବାଇକରେ ନେଉଥିଲେ। ରାସ୍ତାର ସରଧାପୁରଠାରେ ବାଇକରେ ପେଟ୍ରୋଲ ପକାଉଥିବା ବେଳେ ପୁଣି ସିଲାଙ୍କୁ ମାଡ଼ମାରିଥିଲେ। ଏହା ଦେଖି ସେଠାରେ ଥିବା ଲୋକମାନେ ସିଲାଙ୍କୁ ଉଦ୍ଧାରକରିଥିଲେ। ତେବେ ସେଠାରୁ ବିଧୁଭୂଷଣ ପଳାଇଯାଇଥିଲେ। ଏ ନେଇ ସିଲା ଅନୁଗୁଳ ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଗୁରୁବାର ବିଧୁଭୂଷଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ସିଲା ଏବେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।