ଘଟଣା ଓ ଦୁର୍ଘଟଣା

ଯୌତୁକ ନର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

By Angul TV Bureau

July 04, 2022

ଅନୁଗୁଳ: ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ରନ୍ତଲୋଇ ଗାଁ ବିକାଶ ବେହେରା(୨୭)ଙ୍କୁ ଯୋତୁକ ନିର୍ଯାତନା ଅଭିଯୋଗରେ ସୋମବାର ପୁଲିସ ଗିରଫ କରିଛି। ସୂଚନା ଯେ, ବିକାଶ ୫ ବର୍ଷ ତଳେ ଗାଁର ଜଣେ ଅନୁସୂଚିତ ଜାତିର ଝିଅ ଲିଳା ନାଏକ(୨୨)ଙ୍କୁ ଭଲ ପାଇଥିଲେ। ଜାନୁଆରୀ ୩୦ ତାରିଖରେ ଉଭୟଙ୍କର ମନ୍ଦିରରେ ବିବାହକରି ଘରେ ରହୁଥିଲେ। କିଛିଦିନ ଭଲରେ ଚଳିଥିଲେ। ତେବେ ମେ ମାସ ୩ ତାରିଖରେ ଲିଳା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ବିକାଶ ତାଙ୍କୁ ଜାତିଆଣ ଆକ୍ଷେପକରି ମାଡ଼ପିଟ କରି ନିର୍ଯାତନା ଦେବାସହ ଯୌତୁକ ଦାବି କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରିଥିଲା। ଲିଳା ଅଭିଯୋଗ କରିବା ନେଇ ଜାଣିବାପରେ ବିକାଶ ଫେରାର ହୋଇଯାଇଥିଲେ। ତେବେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ବିକାଶଙ୍କୁ ଆଜି ଅନୁଗୁଳ ସାପ୍ତାହିକ ହାଟ ନିକଟରୁ ଧରିବାରେ ସଫଳ ହୋଇଥିଲା।