ଘଟଣା ଓ ଦୁର୍ଘଟଣା

ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

By Swagatika Samantray

June 29, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁର ଲିଟିଲ ବେହେରା(୧୯)ଙ୍କୁ ତାଙ୍କ ସ୍ବାମୀ ରାଜ ବେହେରା ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ମଙ୍ଗଳବାର ଗିରଫକରିଛି। ସୂଚନା ଯେ, ଲିଟିଲ ବେହେରା ଫେବୃଆରୀ ୨୨ ତାରିଖରେ କିଶୋରନଗର ଥାନା ଅନ୍ତର୍ଗତ ଧଉରାପାଲି ଗାଁର ସାଗର ବେହେରାଙ୍କ ପୁଅ ରାଜ ବେହେରାଙ୍କୁ ବୈଦିକ ରିତିରେ ବିବାହ କରିଥିଲେ। ତେବେ ବିବାହର କିଛିଦିନପରେ ଅଧିକ ଯୌତୁକ ଦାବିକରି ରାଜ ଓ ତାଙ୍କ ପରିବାର ଲୋକ ଲିଟିଲଙ୍କୁ ମାରପିଟକରି ଶାରିରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଲେ। କୌଣସି ପ୍ରକାରେ ସେଠରୁ ଲିଟିଲ ବାପ ଘରକୁ ପଳାଇ ଆସି ସୋମବାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀ ରାଜୁଙ୍କୁ ମଙ୍ଗଳବାର ଗିରଫକରି କୋର୍ଟ ଚାଲାଣ କରିଛି।