ମୁଖ୍ୟ ଖବର

ଭାଲୁ ସଙ୍ଗେ ଲଢି ସ୍ବାମୀ, ସ୍ତ୍ରୀକୁ ବଞ୍ଚାଇଲେ

By Biswaranjan Pattnaik

July 18, 2022

ଅନୁଗୁଳ: ଗୋପାଳପ୍ରସାଦ ଫାଣ୍ଡି ଅନ୍ତର୍ଗତ କୁମୁଣ୍ଡା ଗାଁର ଜାନକୀ ସାହୁ ଭାଲୁ କାମୁଡାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଜାନକୀ(୫୫) ଆଜି ବଡି ଭୋର୍ ସମୟରେ ଘର ପାଖା ଜଙ୍ଗଲକୁ ଯାଇଥିବାବେଳେ ହଠାତ୍ ମା’ ଛୁଆ ମିଶି ତିନୋଟି ଭାଲୁ ଜାନକୀ ଉପରକୁ ଝାଂପି ପଡ଼ିଥିଲେ। ଫଳରେ ଜାନକୀଙ୍କ ଚିତ୍କାର ଶୁଣି ତାଙ୍କ ସ୍ବାମୀ ପହଲି ସାହୁ ପାଖରେ ଥିବାରୁ ଦଉଡି ଆସିଥିଲେ। ପହଲିକୁ ଦେଖି ଭାଲୁ ଛୁଆ ତାଙ୍କୁ ଆକ୍ରମଣ କରିଥିଲେ। ପହଲି ଛୁଆ ଭାଲୁଙ୍କ ସହ ଗଡା ତଡ଼ା ହୋଇ ମୁକାବିଲା କରିଥିଲେ। ଉଭୟଙ୍କ ପାଟି ଶୁଣି ଭାଲୁମାନେ ଜଙ୍ଗଲ ଭିତରକୁ ପଳାଇଥିଲେ । ସାମାନ୍ୟ ଆହତ ହୋଇଥିବା ସ୍ବାମୀ ଗୁରୁତର ଅବସ୍ଥାରେ ସ୍ତ୍ରୀ ଜାନକୀଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।