Law Judge Gavel And Legality Symbol

ମୁଖ୍ୟ ଖବର

ସ୍ତ୍ରୀହନ୍ତାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

By Angul TV Bureau

December 23, 2023

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ସ୍ତ୍ରୀହନ୍ତାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ସ୍ଥାନୀୟ ଜରାସିଂହା ଗ୍ରାମର ଦୁଷ୍ମନ୍ତ ସାହୁଙ୍କ ଭଉଣୀ କୁମାରୀ ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମର ଶ୍ରୀନିବାସ ସାହୁଙ୍କ ପୁଅ ପ୍ରସନ୍ନ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ କୁମାରୀଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଉଥିଲେ। କିନ୍ତୁ ଗତ ୨୦/୦୪/ ୨୦୧୮ ରେ କୁମାରୀଙ୍କର ମୃତ୍ୟୁ ହୋଇଯାଇଛି ବୋଲି ତାଙ୍କ ଭାଇ ଦୁଷ୍ମନ୍ତ ସାହୁଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ଦୁଷ୍ମନ୍ତ ପହଞ୍ଚି ତାଙ୍କ ଭଉଣୀକୁ ମାରି ଦିଆଯାଇଛି ବୋଲି କହିବା ସହ ଥାନାରେ ଏତଲା ଦେଇଥିଲେ।

ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଉକ୍ତ ମାମଲାର ଶୁଣାଣି କରି ୧୨ ଜଣ ସାକ୍ଷୀ ପ୍ରମାଣକୁ ଆଧାରରେ କୋର୍ଟ ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ପାଞ୍ଚ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏହି କେସକୁ ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ଏବଂ ଆଡସିନାଲ ପିପି ପ୍ରଦୀପ କୁମାର ଭୂତିଆ ପରିଚାଳନା କରୁଥିଲେ।