ମୁଖ୍ୟ ଖବର

ଅନୁଗୁଳରେ ସ୍ବାମୀ ନେଲା ସ୍ତ୍ରୀର ଜୀବନ

By Angul TV Bureau

October 23, 2025

ଅନୁଗୁଳ: ପାରିବାରିକ କଳହ ନେଲା ଆଉଜଣେ ନାରୀର ଜୀବନ। ଅନୁଗୁଳ ଥାନା ଅଧୀନ ତୁରଙ୍ଗ ଅଞ୍ଚଳରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ। ସ୍ବାମୀ ସିଦ୍ଧାନ୍ତ ସାହୁ ନିଜ ସ୍ତ୍ରୀ ମିନାକ୍ଷୀ ଭଞ୍ଜଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ,ସିଦ୍ଧାନ୍ତ ଓ ମିନାକ୍ଷୀ ଭଞ୍ଜ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିଲା। ଗତକାଲି କୌଣସି ବିଷୟକୁ ନେଇ ତିବ୍ର ଝଗଡା ହେବା ପରେ ସିଦ୍ଧାନ୍ତ ଉତକ୍ଷିପ୍ତ ହୋଇ ମନିଷାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଛି। ସୂଚନା ପାଇ ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ସିଦ୍ଧାନ୍ତଙ୍କ ଖୋଜ ଜାରି ରହିଛି।