ଘଟଣା ଓ ଦୁର୍ଘଟଣା

ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡ଼ି, ସ୍ୱାମୀ-ସ୍ତ୍ରୀ ଗୁରୁତର

By Angul TV Bureau

July 20, 2025

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରେ ରବିବାର ସନ୍ଧ୍ୟା ସମୟରେ ଅଜଣା ଗାଡି ଧକ୍କାରେ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ମହୀଧରପୁର ଆଡୁ ଅନୁଗୁଳକୁ ଏକ ସ୍କୁଟିରେ ଦମ୍ପତି ଆସୁଥିଲେ। ଏହି ସମୟରେ ଖଣ୍ଡହତା ପାଣି ଫ୍ୟାକ୍ଟ୍ରି ପାଖରେ ଏକ ଅଜଣା କାର ସ୍କୁଟିକୁ ଧକ୍କା ଦେଇ ଚାଲି ଯାଇଥିଲେ। ପାଖରେ ଥିବା କିଛି ବୋଲବମ ଭକ୍ତ ଏବଂ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।