ମୁଖ୍ୟ ଖବର

ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଖଣିଜ ପଦାର୍ଥ ପରିବହନ ବନ୍ଦ, ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘର ଘୋଷଣା

By Angul TV Bureau

November 09, 2024

ଅନୁଗୁଳ: ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘ ପକ୍ଷରୁ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଖଣିଜ ପଦାର୍ଥ ପରିବହନ ବନ୍ଦ କରାଯିବ। ଏନେଇ ଆଜି ଛେଳିଆପଡ଼ାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଘର କର୍ମକର୍ତ୍ତା।

ସୂଚନା ମୁତାବକ, ବାଲି, ଗୋଡ଼ି, ମାଟି, ମୋରମ୍ ଇତ୍ୟାଦି ନଦୀ ବାଲି ପରିବହନର ସମସ୍ୟାର ସମାଧାନ ପାଇଁ ପୂର୍ବରୁ ସଂଘ ପକ୍ଷରୁ ଜିଲ୍ଲାପାଳ, ପୋଲିସ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଅଧିକାରୀ ଓ ଖଣି ଅଧିକାରୀ ପ୍ରମୁଖକୁ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ସଂଘର ସମ୍ପାଦକ ନିର୍ମଳ କୁମାର ପ୍ରଧାନଙ୍କ ନେତୃତ୍ଵରେ ଅନାଦି ଚରଣ ସାହୁ, ସଭାପତି ଏବଂ ମାଲିକଙ୍କ ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଥିଲେ।