ମୁଖ୍ୟ ଖବର

ନୂଆ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ପ୍ରଦୀପ କୁମାର ଜେନା, ମାର୍ଚ୍ଚ ୧ରେ କରିବେ ଦାୟିତ୍ୱ ଗ୍ରହଣ

By Angul TV Bureau

February 26, 2023

ଭୁବନେଶ୍ୱର: ନୂଆ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ପ୍ରଦୀପ ଜେନା। ମାର୍ଚ୍ଚ ପହିଲାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛି। ସେହିଭଳି ଆଇଏଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ ରେ ସରୁଛି। ୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପ୍ରକାଶ ଯେ ଶ୍ରୀ ଜେନା ଏବେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଅଛନ୍ତି।