ମୁଖ୍ୟ ଖବର

ଗ୍ରାହକଙ୍କ ଆକାଉଣ୍ଟ ହ୍ୟାକ୍ କରି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ: ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଗିରଫ

By Biswaranjan Pattnaik

August 01, 2026

ଅନୁଗୋଳ: ତାଳଚେର ଆଇସିଆଇସିଆଇ ବ୍ୟାଙ୍କର ଏକ ବଡ଼ଧରଣର ବ୍ୟାଙ୍କିଙ୍ଗ ଠକେଇ ମାମଲା ସାମ୍ନାକୁ ଆସିଛି। ଗ୍ରାହକଙ୍କ ଆକାଉଣ୍ଟ ହ୍ୟାକ୍ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଅଭିମନ୍ୟୁ ସାହୁଙ୍କୁ ପୋଲିସ ଗିରଫ କରିଛି।

ବ୍ୟାଙ୍କର ଦୁଇ ଜଣ ଗ୍ରାହକ ମହେଶ୍ୱର ଶୁଣ୍ଢି ଓ ଯାମ୍ବି ଶୁଣ୍ଢିଙ୍କ ଆକାଉଣ୍ଟକୁ ହ୍ୟାକ କରାଯିବା ସହ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ସେମାନଙ୍କ ଫିକ୍ସଡ ଜମା ଏବଂ ସଞ୍ଚୟ ଖାତାରୁ ମୋଟ ୮୩.୯୯ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିଲା। ଏନେଇ ବ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ମାତ୍ର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି। ଏହି ସଫଳ ଅନୁସନ୍ଧାନ ଟିମ୍‌ରେ ଇନ୍ସପେକ୍ଟର ଅୟସକାନ୍ତ ଜେନାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।