କ୍ରୀଡ଼ା

ଆଇଡିଆଲ୍ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

By Angul TV Bureau

December 06, 2025

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ଆଇଡିଆଲ୍ ପବ୍ଲିକ ସ୍କୁଲର କଦମ ପଡ଼ିଆ ଠାରେ ଦୁଇ ଦିନ ଧରି ଚାଲିଥିବା ୨୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।

ବିଦ୍ୟାଳୟ ସଭାପତି ଅମିତାଭ ମିଶ୍ର, ସମ୍ପାଦକ ଜପକୃଷ୍ଣ ଦାସ, ଅଧ୍ୟକ୍ଷ ଆଶିଷ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ଶୈଳେଶ ଚନ୍ଦ୍ର ଦାସଗୁପ୍ତ, ସାଗର ନାଥ ମିଶ୍ର, ବରିଷ୍ଠ ଆଇନଜୀବି ଭୂପେଶଚନ୍ଦ୍ର ପ୍ରଧାନ, ଅନୁଗୁଳ କ୍ରିକେଟ୍ ଆସୋସିଏସନର ଉପାଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ଯୋଗଦେଇ ଦୀପକ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ।

ସେହିପରି ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଆନ୍ତର୍ଜାତୀୟ ଖୋ ଖୋ ଖେଳାଳୀ ଭରତ କୁମାର ପ୍ରଧାନ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜ୍ୟୋତିପ୍ରକାଶ ସାହୁ, ସୌଭାଗ୍ୟ ରଞ୍ଜନ କନର,ସଅତିଥି କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ସାହୁ, ଅଭିଷେକ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନବକୃଷ୍ଣ ପ୍ରଶିକ୍ଷଣ ଶିକ୍ଷକ ମହାବିଦ୍ୟାଳୟର ପ୍ରଶିକ୍ଷଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରହିଥିଲା। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।