ମୁଖ୍ୟ ଖବର

ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଶିବିର ଆୟୋଜିତ

By Sanjeeb Biswal

July 21, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନରେ କୋଶଳା କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଉପାଧ୍ୟକ୍ଷା ଝରଣା ସ୍ବାଇଁ, ଉପ-ଜିଲ୍ଲାପାଳ ବଇତୁରା ଦିପ୍ ଉପସ୍ଥିତ ଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି ବିବରଣୀ ପାଠ କରିଥିଲେ।

କାର୍ଯ୍ୟକ୍ରମରେ ୩୪୧ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧,୬୮,୮୭,୮୦୦ ଟଙ୍କାର ଶିକ୍ଷା ସହାୟତା, ବିବାହ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ଏବଂ ୩୫୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରଯାଇଥିଲା। ଶେଷରେ ସହକାରୀ ଶ୍ରମ ଅଧିକାରିଣୀ ଦୀପ୍ତିମୟୀ ରାଉଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।