ମୁଖ୍ୟ ଖବର

ବଦଳିଲା ଡାକଘର ଆଇନ: ସନ୍ଦେହ ହେଲେ ପାର୍ସଲ ଖୋଲିପାରିବେ ଡାକ କର୍ମଚାରୀ

By Angul TV Bureau

December 19, 2023

ନୂଆଦିଲ୍ଲୀ: ଡାକଘର ଆଇନରେ ଆଜି ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ସନ୍ଦେହ ହେଲେ ପାର୍ସଲକୁ ଖୋଲିପାରିବେ ଡାକ ବିଭାଗର ଅଧିକାରୀ। ସଂସଦରେ ଆଜି ଡାକଘର ବିଧେୟକ ୨୦୨୩ ଆଗତ କରାଯାଇଛି, ଯେଉଁଥିରେ ଡାକ କର୍ମଚାରୀଙ୍କୁ ‌ପାର୍ସଲ ଖୋଲିବା ଏବଂ ଅଟକ ରଖିବାର କ୍ଷମତା ଦେବା ଲାଗି ବ୍ୟବସ୍ଥା ରହିଛି। ନାଗରିକଙ୍କ ସୁରକ୍ଷା ଓ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଡାକ କର୍ମଚାରୀମାନେ ଯେକୌଣସି ଜିନିଷକୁ ଖୋଲିପାରିବେ। ଡାକଘର ନିୟମ ୧୮୯୮ ସ୍ଥାନରେ ଏହି ନୂଆ ବିଧେୟକ ଲାଗୁ ହେବ। ଏହା ଦ୍ୱାରା ଟିକସ ଠକେଇ କରି କିମ୍ବା ବେଆଇନ ଭାବେ ଦେଶ ଭିତରୁ କିମ୍ବା ବିଦେଶରୁ ପଠାଯାଇଥିବା ଜିନିଷକୁ ଡାକ ଅଧିକାରୀମାନେ ଜବତ କରି ସୀମା ଶୁଳ୍କ କର୍ତ୍ତୃପକ୍ଷକୁ ଦେଇପାରିବେ।

ବିଧେୟକରେ ଥିବା ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ହେଉଛି କୌଣସି ଜିନିଷ ହଜିବା, କ୍ଷତିଗ୍ରସ୍ତ ହେବା କିମ୍ବା ପହଞ୍ଚାଇବାରେ ବିଳମ୍ବ ହେବା ଲାଗି କୌଣସି ଅଧିକାରୀଙ୍କୁ ଦାୟୀ କରାଯିବ।

ଏହି ବିଧେୟକକୁ ଚଳିତ ମାସ ୪ରେ ରାଜ୍ୟସଭା ଏବଂ ଆଜି ଲୋକସଭା‌ର ମଞ୍ଜୁରୀ ମିଳିଛି। ରାଷ୍ଟ୍ରପତିଙ୍କ ମୋହର ବାଜିଲେ ଏହି ବିଧେୟକଟି ଆଇନରେ ପରିଣତ ହେବ। ସୂଚନା ମୁତାବକ, ଦେଶରେ ୧.୫ ଲକ୍ଷରୁ ଅଧିକ ଡାକଘର ଥିବା ବେଳେ ୧.୩୦ ଲକ୍ଷ ଡାକଘର ଗ୍ରାମାଞ୍ଚଳରେ ରହିଛି। ଏବେ ବି ସମସ୍ତ ସରକାରୀ ନେଣଦେଣ ଡାକ ଘର ମାଧ୍ୟମରେ କରାଯାଉଛି।