ଅନ୍ୟାନ୍ୟ

ଅନୁଗୁଳରେ ଖୋଲିଲା ଇଗ୍ନୌର ଆଞ୍ଚଳିକ କେନ୍ଦ୍ର

By Biswaranjan Pattnaik

July 20, 2022

ଅନୁଗୁଳ: ଅନୁଗୁଳ ଶିମିଳିପଡ଼ା ଛକ ନିକଟରେ ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟିର ଆଞ୍ଚଳିକ କେନ୍ଦ୍ର ଖୋଲିଛି। ଯେଉଁମାନେ ବିଭିନ୍ନ ସାର୍ଟିଫିକେଟ କୋର୍ସ, ବ୍ୟଚେଲାର ଡିଗ୍ରୀ, ଡିପ୍ଲୋମା କୋର୍ସ କରିବାକୁ ଚାହୁଁଛନ୍ତି ତଥା ଡିଷ୍ଟାନ୍ସ କୋର୍ସ କରିବାକୁ ଚାହୁଁଛନ୍ତି ସେମାନେ ଏହି ସେଣ୍ଟରର ସେବା ନେଇପାରିବେ। ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଏହା ଉଦଘାଟିତ ହେବ । ଅନୁଗୁଳ ପାଖ ଜିଲ୍ଲାର ବହୁ ବିଦ୍ୟାର୍ଥୀ ଏହି ସେଣ୍ଟରର ସୁବିଧା ନେଇ ପାରିବେ।