ଅନୁଗୁଳ: ପ୍ରଥମ ଥର ପାଇଁ ଆସନ୍ତା ୭ ତାରିଖ ଦିନ ବ୍ଲIକ ଡାଏମଣ୍ଡ, ଅନୁଗୁଳ ଠାରେ ଇଗ୍ନୁ ତାର ୩୯ତମ ଦୀକ୍ଷାନ୍ତ ସମାରୋହ ଆୟୋଜନ କରିବାକୁ ଯାଉଛିI ଏହି ଦୀକ୍ଷାନ୍ତ ସମାରୋହ ମୁଖ୍ୟତଃ ବିଶ୍ବବିଦ୍ୟାଳୟର ଦିଲ୍ଲୀ କ୍ଯାମ୍ପସରେ ବାବା ସାହେବ ଆମ୍ବେଦକର ସଭାଗାରରେ ଆୟୋଜିତ ହେବ। ସମାନ୍ତରାଳ ଭାବେ ଭାରତର ୫୧ ଗୋଟି ଆଞ୍ଚଳିକ କେନ୍ଦ୍ରରେ ବି ଏହା ଆୟୋଜିତ ହେବ। ସି.ପି ରାଧାକୃଷ୍ଣନ, ଭାରତର ମାନ୍ୟବର ଉପରାଷ୍ଟ୍ରପତି ମୁଖ୍ୟ ଦିଲ୍ଲୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ତରନଜିତ ସିଂ ସନ୍ଧୁ, ମାନ୍ୟବର ଉପରାଜ୍ୟପାଳ, ଦିଲ୍ଲୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବେ।
ଅନୁଗୁଳ ଠାରେ ପ୍ରଫେସର ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ, ମାନ୍ୟବର କୁଳପତି, ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ସମ୍ମାନିତ ଅତିଥି ହେବେ ଓ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଭାରତୀୟ ସ୍ତରରେ ୩୨୪୮୩୫ ଜଣ ଶିକ୍ଷାର୍ଥୀ ଡିଗ୍ରୀ ପାଉଥିଲା ବେଳେ ଅନୁଗୁଳ ଆଞ୍ଚଳିକ କେନ୍ଦ୍ରରେ ୧୮୫୩ ଜଣ ଶିକ୍ଷାର୍ଥୀ ନିଜ ଡିଗ୍ରୀ ଗ୍ରହଣ କରିବେ। ଅନୁଗୁଳ ଠାରେ କାର୍ଯକ୍ରମ ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହୋଇ ୧.୩୦ ପର୍ଯନ୍ତ ଆୟୋଜିତ ହେବ।
ଦୀକ୍ଷାନ୍ତ ସମରୋହରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସମ୍ମାନିତ ଅତିଥିଙ୍କ ଠାରୁ ଉପାଧି ଗ୍ରହଣ କରିବା ସକାଶେ ଇଚ୍ଛୁକ ଶିକ୍ଷାର୍ଥୀ ନିଜ ଇଗ୍ନୁ ପରିଚୟ ପତ୍ର ସାଙ୍ଗରେ ଧରି ଆସିବେ ଓ ୧୦.୩୦ ସୁଦ୍ଧା ନିଜ ଆସନ ଗ୍ରହଣ କରିବେI ଯେଉଁ ଶିକ୍ଷIର୍ଥୀମାନେ ଦୀକ୍ଷାନ୍ତ ସମାରୋହରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ସକାଶେ ଚୟନ କରି ନାହାନ୍ତି କିନ୍ତୁ ବର୍ତମାନ ଚାହୁଛନ୍ତି, ସେମାନେ ୬ ତାରିଖ ସନ୍ଧ୍ୟାସୁଦ୍ଧା rcangul@ignou.ac.in କୁ ମେଲ କରିବାକୁ କର୍ତୃପକ୍ଷ ଜଣାଇଛନ୍ତି।