ମୁଖ୍ୟ ଖବର

ଇଗନୁର ୪୧ତମ ପ୍ରତିଷ୍ଠା ଦିବସ

By Angul TV Bureau

November 20, 2026

ଅନୁଗୋଳ: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୁ)ର ଅନୁଗୋଳ ଶାଖା କାର୍ଯ୍ୟାଳୟରେ ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଅଭିଳାଷ ନାୟକ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ସ୍ୱାଗତ ଭାଷଣ ଦେଇଥିଲେ। ସେ ଇଗନୁର ଗୌରବମୟ ଇତିହାସ, ଦେଶବ୍ୟାପୀ ଷ୍ଟଡି ସେଣ୍ଟର ଓ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।

ଓଡ଼ିଶାର ରାଇରଙ୍ଗପୁର ଠାରେ ଆଦିବାସୀ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଚାଲିଥିବା ପ୍ରଶିକ୍ଷଣ କେନ୍ଦ୍ର ସମ୍ପର୍କରେ ସେ ସୂଚନା ଦେଇଥିଲେ। ବିବାହ ପରେ ମଧ୍ୟ ଅଧିକ ସଂଖ୍ୟକ ମହିଳା ଇଗନୁ ମାଧ୍ୟମରେ ଉଚ୍ଚଶିକ୍ଷା ଓ ବିଭିନ୍ନ ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉ ଥିବାରୁ ସେ ଖୁସି ପ୍ରକାଶ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ବିଜୟ କୁମାର ସାହୁ ଓ ସୁଧୀର କୁମାର ବେଉରା ଷ୍ଟଡି ସେଣ୍ଟରଗୁଡ଼ିକୁ ଅଧିକ ଦକ୍ଷ ଓ କାର୍ଯ୍ୟକ୍ଷମ କରିବା ନେଇ ଆଲୋଚନା କରିଥିଲେ। ବ୍ୟକ୍ତିଗତ ସଚିବ ସୌଭାଗ୍ୟ ରଞ୍ଜନ ମଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଭିନ୍ନ ଶିକ୍ଷାର୍ଥୀ ସହାୟତା କେନ୍ଦ୍ରର ସଂଯୋଜକମାନେ ଯୋଗଦେଇଥିଲେ।