ମୁଖ୍ୟ ଖବର

ବେଆଇନ ବିଜ୍ଞାପନ ଅର୍ଥ ଦାବି ଓ ମିଥ୍ୟା ଅପପ୍ରଚାର: କଠୋର ଆଇନଗତ ପଦକ୍ଷେପ ନେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ଥାନାରେ ଅଭିଯୋଗ

By Angul TV Bureau

July 28, 2026

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ସୁନାମ ଓ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ହେଉଥିବା ଏକ ହୀନ ଉଦ୍ୟମ ବିରୋଧରେ ପ୍ରଶାସନ ପକ୍ଷରୁ ନ୍ୟାୟିକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱବିଦ୍ୟାଳୟ ଠାରୁ ବେଆଇନ ଭାବେ ବିଜ୍ଞାପନ ବାବଦକୁ ଅର୍ଥ ଦାବି କରିବା ଏବଂ ଦାବି ପୂରଣ ନହେବାରୁ କପୋଳକଳ୍ପିତ ଓ ଭିତ୍ତିହୀନ ଖବର ପ୍ରସାରଣର ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ଅନୁଯାୟୀ, ଅଜ୍ଞାତ ବ୍ୟକ୍ତି ବା ସଂସ୍ଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ନାମରେ ଅପପ୍ରଚାର, ବିଶ୍ୱବିଦ୍ୟାଳୟର ଗରିମାକୁ ମଳିନ ଏବଂ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାମାଜିକ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ହୀନ ଚକ୍ରାନ୍ତ ଚଳାଇଛନ୍ତି । ସୂଚନାନୁସାରେ ଉକ୍ତ ବ୍ୟକ୍ତି ଓ ସଂସ୍ଥା ପ୍ରଥମେ ଅନୁଚିତ ଓ ବେଆଇନ ବାଟରେ ବିଜ୍ଞାପନ ଅର୍ଥ ପାଇଁ ପ୍ରଶାସନ ଉପରେ କ୍ରମାଗଚ ଚାପ ପକାଇଥିଲେ । ବିଶ୍ୱବିଦ୍ୟାଳୟ ଉକ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ, ସଂପୃକ୍ତ ବ୍ୟକ୍ତି ଓ ସଂସ୍ଥା ଏପରି ଭିତ୍ତିହୀନ ଖବର ପ୍ରସାରଣ କରୁଥିବାରୁ କର୍ତ୍ତୃପକ୍ଷ ପୋଲିସକୁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି  ।