ଘଟଣା ଓ ଦୁର୍ଘଟଣା

ସରକାରୀ ଜାଗାରେ ବେଆଇନ୍‌ ନିର୍ମାଣ ଉଚ୍ଛେଦ ବେଳେ ଉତ୍ତେଜନା, ୧୪୪ ଧାରା ଲାଗୁ

By Angul TV Bureau

December 20, 2020

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ହୁଲୁରିସି˚ହାରେ ଏକ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ନାକେଦମ୍‌ ହୋଇଛି ପ୍ରଶାସନ। ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ପ୍ରଶାସନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା ସହ ରାସ୍ତାରେ ଶୋଇ ଯାଇଥିଲେ। ବାଧ୍ୟ ହୋଇ ପ୍ରଶାସନ ୧୪୪ ଧାରା ଲାଗୁ କରିଥିଲା। ଦୀର୍ଘ ୫ ଘଣ୍ଟାର ବୁଝାସୁଝା ପରେ ସ୍ଥାନୀୟ ଲୋକ ଧାରଣାରୁ ହଟିଥିଲେ। କ୍ଲବ୍‌ ଘର ର୍ନିମାଣ ପାଇଁ ଅନ୍ୟ ଏକ ଜାଗା ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଜବରଦଖଲ ଉଚ୍ଛେଦ ସମ୍ଭବ ହୋଇଥିଲା।

ପ୍ରାପ୍ତ ସୂଚନା ମୁତାବକ, ହୁଲୁରିସି˚ହାରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ତେଣୁ ୮ ନମ୍ବର ୱାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟି˚ ସେଣ୍ଟର କଡ଼ରେ ଏକ ସରକାରୀ ଜାଗାରେ ନୋଡାଲ୍‌ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥି ନିମନ୍ତେ ଜାଗା ସର୍ଭେ ସହ କମିିଟିକୁ ରିପୋର୍ଟ ଯାଇଛି। ମାତ୍ର ସ୍ଥାନୀୟ ଲୋକ ଏହି ଜାଗାରେ ନିଜସ୍ବ ଖର୍ଚ୍ଚରେ ବେଆଇନ୍‌ ଭାବେ କ୍ଲବ୍‌ ଘର ନିର୍ମାଣ କରୁଥିଲେ। ଏହି ବେଆଇନ୍‌ କାମ ନେଇ ହୁଲୁରୁସି˚ହା ଗ୍ରାମବାସୀ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ପ୍ରଶାସନ ଏହି ଜବରଦଖଲ ଉଚ୍ଛେଦ ପାଇଁ ବୁଲ୍‌ଡୋଜର ଧରି ସକାଳ ୯ଟାରେ ହୁଲୁରୁସି˚ହାରେ ପହଞ୍ଚିଥିଲେ। ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ଏସ୍‌ଡିପିଓ ଅଶ୍ବିନୀ କୁମାର ସାହୁ, ତହସିଲଦାର ନେହେରୁ ମାଝୀ, ଅତରିକ୍ତ ତହସିଲଦାର ପ୍ରଶାନ୍ତ ସି˚ହ, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଏସ୍‌ଆଇ ପ୍ରକାଶ ମାଝୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବୁଲ୍‌ଡୋଜରକୁ ଦେଖିବା ମାତ୍ରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ଜାଗା ଆଦୌ ଛାଡ଼ିବୁ ନାହିଁ ବୋଲି ଜିଦ୍‌ ଧରିଥିଲେ। ପ୍ରଶାସନ ଦୀର୍ଘ ସମୟ ବହୁ ବୁଝାସୁଝା କରିଥିଲେ ହେଁ କିଛି ସୁଫଳ ମଳିନଥିଲା। ବର˚ ସ୍ଥାନୀୟ ଲୋକ ରାସ୍ତାରେ ଶୋଇ ରହିଥିଲେ। ଲୋକଙ୍କୁ ରାସ୍ତାରୁ ହଟାଇବାକୁ ୧୪୪ ଧାରା ଲାଗୁ କରାଯାଇଥିଲା। ଅଧିକ ୩ ପ୍ଲାଟୁନ୍‌ ପୁଲିସ୍‌ ଫେର୍ସ ମୁତୟନ କରାଯାଇଥିଲା। ସ୍ଥାନୀୟ ଲୋକ ଓ ପୁଲିସ୍‌ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା।