ମୁଖ୍ୟ ଖବର

ଚିନ୍ତା ବଢ଼ାଉଛି କ୍ଲିନିକର ବେଆଇନ ପାର୍କିଂ, ଯାତାୟାତ କରିପାରୁନାହାନ୍ତି ବାଟୋଇ

By Angul TV Bureau

August 03, 2025

ଅନୁଗୁଳ: ରାସ୍ତାକୁ ସଂକୁଚିତ କରୁଛି ବେଆଇନ ପାର୍କିଂ। କ୍ଲିନିକ ପାଇଁ ରାସ୍ତାରେ ହେଉଛି ପାର୍କିଂ। ଯାତାୟାତ କରିପାରୁନାହାନ୍ତି ବାଟୋଇ। ଅନୁଗୁଳ ସହର ମଧ୍ୟସ୍ଥ ପୁରୁଣା ବସଷ୍ଟାଣ୍ଡରେ ଥିବା କ୍ଲିନିକ ବଢ଼ାଇଛି ଚିନ୍ତା।

ସୂଚନା ମୁତାବକ, ଅନୁଗୁଳ ପୁରୁଣା ବସଷ୍ଟାଣ୍ଡରେ ଏକାଧିକ କ୍ଲିନିକ ରହିଛି। ଏଠାକୁ ପ୍ରତିଦିନ ଶହଶହ ରୋଗୀ ଆସୁଛନ୍ତି। ଫଳରେ ସୀମିତ ଜାଗା ଥିବାରୁ ପାର୍କିଂ ସମସ୍ୟା ହେଉଛି। ଏଥିସହ ପୁରୁଣା ବସଷ୍ଟାଣ୍ଡର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ସୁଲଭ ଶୌଚାଳୟ ପର୍ଯ୍ୟନ୍ତ ଦିନ ତମାମ ଗାଡି ପାର୍କିଂ ହେଉଛି। ଫଳରେ ସାଧାରଣ ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ରାସ୍ତାକୁ ମାଡି ଦୋକାନ ପୁଣି ଦୋକାନକୁ ଆସୁଥିବା ଗ୍ରାହକ ରାସ୍ତା ଉପରେ ଗାଡି ପାର୍କିଂ। ଏହି ସମସ୍ୟା ଏବେ ଉତ୍କଟ ହେଲାଣି। ଏଣୁ ପୁଲିସ ଓ ପୌରପାଳିକା ଏନେଇ ଦୃଷ୍ଟି ଦେବାକୁ ଦାବି ହେଉଛି।