ମୁଖ୍ୟ ଖବର

ଜବରଦଖଲକାରୀ ସାବଧାନ! ବେଆଇନ ପାର୍କିଂ କଲେ ଗଣିବେ ମୋଟା ଅଙ୍କର ତଣ୍ଡ, ସାବଧାନ କଲା ଅନୁଗୁଳ ପୋଲିସ

By Angul TV Bureau

April 25, 2024

 

ଅନୁଗୁଳ: ଜନସାଧାରଣଙ୍କ ଅଭିଯୋଗକୁ କେନ୍ଦ୍ର କରି ଅନଗୁଳ ବସଷ୍ଟାଣ୍ଡ ଠାରୁ ବଜାର ଛକ, ଷ୍ଟାଇଲ ବଜାର ଛକ ଠାରୁ ଗାନ୍ଧିମାର୍ଗ ପର୍ଯ୍ୟନ୍ତ ପ୍ରତ୍ଯେକ ଦିନ ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ କରାଯାଉଛି। ଏ ଅବସରରେ ରାସ୍ତାରେ ବେଆଇନ ଭାବରେ ଗାଡ଼ି ପାର୍କିଂ କରିଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି।

ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସର, ଡିଏସପି ବିରଞ୍ଚି ବାଗ୍, ଟାଉନ ଥାନା ଅଧିକାରୀ ଧୀରେଶ ଚନ୍ଦ୍ର ଦାଶ ଓ ସାଇବର ଥାନା ଅଧିକାରୀ ଖାଳେଶ୍ଵର ସେଠୀଙ୍କର ମିଳିତ ବୈଠକରେ ଗାଡି ପାର୍କିଂ ସ୍ଥାନ ନିରୂପଣ କରାଯିବା, ରାସ୍ତା କଡ଼ରେ ଛୋଟ ବଡ଼ ବ୍ୟବସାୟୀ ମାନଙ୍କର ଥଇଥାନ ବିଷୟରେ ନିଷ୍ପତ୍ତି ନିଆଯାଇଛି। ବେଆଇନ ପାର୍କିଂ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ରାସ୍ତାକୁ ମଡ଼ାଇ ବେଆଇନ ଭାବରେ ଦଖଲ କରିଥିବା ଜାଗା ଗୁଡିକୁ ତୁରନ୍ତ ତିନି ଦିନ ଭିତରେ ଖାଲି କରିବାପାଇଁ ପ୍ରଥମେ ମ୍ୟୁନିସିପାଲଟି ତରଫରୁ ପବ୍ଲିକ୍ ଘୋଷଣା କରାଯିବ। ତାପରେ ମ୍ୟୁନିସିପାଲଟି କର୍ମଚାରୀ ସେମାନଙ୍କ ଠାରୁ ପ୍ରତ୍ୟହ ଫାଇନ ଆଦାୟ କରିବେ ଏବଂ ବେଆଇନ ଜବରଦଖଲକାରୀଙ୍କ ଘର ଉଚ୍ଛେଦ କରାଯିବ। ଚଳିତ ମାସରେ ଅନଗୁଳ ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ସମୁଦାୟ ତେଇଶଲକ୍ଷ ତେଷଠିହଜାର ଚାରିଶହ ପଇଁଚାଳିଶ ଟଙ୍କା ଫାଇନ ଆଦାୟ କରାଯାଇଛି। ଆଗାମୀ ଦିନରେ ବି ପୋଲିସ ଜନସାଧାରଣଙ୍କ ସୁରକ୍ଷା ପାଇଁ ସଜାଗ ରହିବ ବୋଲି ପ୍ରତିଶ୍ରୁତି ଦେଇଛି।