ମୁଖ୍ୟ ଖବର

ରାତି ଅଧରେ ବିଧବା ମହିଳାଙ୍କ ଘରେ ପଶି ହଟହଟା ହେଲେ ସେବା ସମବାୟ ସମିତିର ସେକ୍ରେଟାରୀ, ଅନୈତିକ ସମ୍ପର୍କ ଥିବା ଚର୍ଚ୍ଚା

By Angul TV Bureau

December 09, 2024

 

ଅନୁଗୁଳ: ରାତି ଅଧରେ ଜଣେ ବିଧବା ମହିଳାଙ୍କ ଘରେ ପଶି ହଟହଟା ହୋଇଛନ୍ତି ସେବା ସମବାୟ ସମିତିର ସେକ୍ରେଟାରୀ। ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।

ସୋମବାର ରାତିରେ ସେବା ସମବାୟ ସମିତିର ସେକ୍ରେଟାରୀ ବନ୍ତଳା ଅଞ୍ଚଳର ଜଣେ ବିଧବା ମହିଳାଙ୍କ ଘରକୁ ଯାଇଥିଲେ। ଉକ୍ତ ମହିଳାଙ୍କ ସହ ତାଙ୍କର କାଳେ ଅନୈତିକ ସମ୍ପର୍କ ଅଛି ବୋଲି କୁହାଯାଉଛି। ତେବେ ପୂର୍ବରୁ ସେ ଏମିତି ବହୁ ବାର ଆସନ୍ତି ଆଉ ନିଜ ସୁବିଧାରେ ଚାଲିଯାଆନ୍ତି। କିନ୍ତୁ ସୋମବାର ସେ ପରିବାର ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ପରିବାର ଲୋକେ ବାହାର ପଟରୁ କବାଟ ବନ୍ଦ କରିଦେଇଥିଲେ।

ଖବର ପାଇ ସ୍ଥାନୀୟ ଭଦ୍ରବ୍ୟକ୍ତି, ସରପଞ୍ଚ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ତାଙ୍କୁ ବାହାର କରିଥିଲେ। ତେବେ ଉକ୍ତ ମହିଳାଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି। ଏ ଘଟଣା ବିଷୟରେ ପରିବାର ପକ୍ଷରୁ ପୋଲିସକୁ ସୂଚନା ଦିଆ ଯାଇନଥିବା ଜଣାପଡ଼ିଛି।