ଅନୁଗୁଳ : ପୂର୍ବତନ ପୌର ଉପାଧ୍ୟକ୍ଷା ରାମପତି ମାଣ୍ଡୋଠିଆଙ୍କ ସ୍ମୃତିରେ ଆଦର୍ଶ କ୍ଲବ ପକ୍ଷରୁ ନୂଆ ମୌଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ କରଣ କରାଯାଇଛି। ରାମପତିର ପୁତ୍ର ପବନ ମାଣ୍ଡୋଠିଆ ଏହି ଆଲୋକୀକରଣ ବ୍ୟବସ୍ଥା କରିଛନ୍ତି। ସମସ୍ତ ଶ୍ରେଣୀ ଗୃହରେ ଫ୍ୟାନ, ଲାଇଟ ଇତ୍ୟାଦିର ସୁବନ୍ଦୋବସ୍ତ କରାଯାଇଛି। ପୂର୍ବତନ ପୌର ପରିଷଦ ସଭ୍ୟ ଭୀମସେନ ମାଣ୍ଡୋଠିଆ ଏହାକୁ ଲୋକାର୍ପଣ କରିଛନ୍ତି।
ଏ ଅବସରରେ ନୂଆ ମୌଜା ସରପଞ୍ଚ ବିକାଶ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଗୌର ଚନ୍ଦ୍ର ନାଏକ, ଆଦର୍ଶ କ୍ଲବର ସଭାପତି ଅନିଲ ନାଏକ ଏବଂ ସମ୍ପାଦକ ଦୀପକ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ମା’ ବୁଢୀ ମହିଳା ସଂଘ ଏବଂ ଆଦର୍ଶ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖୁବଶୀଘ୍ର ସ୍କୁଲରେ ଦୁଇଟି ନୂତନ ଶ୍ରେଣୀ ଗୃହ ଓ ପାଚେରୀ ନିର୍ମାଣ କରାଯିବ ବୋଲି ସରପଞ୍ଚ କହିଛନ୍ତି। ଶେଷରେ ଆଦର୍ଶ କ୍ଲବର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।