ମୁଖ୍ୟ ଖବର

ସମ୍ମିଳିତ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରାର କ୍ରମାଙ୍କ ଚୟନ

By Biswaranjan Pattnaik

November 01, 2023

ଅନୁଗୁଳ: ଆଜି ଧର୍ମଶାଳା ହଲରେ ଅନୁଗୁଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ସମ୍ମିଳିତ ଭସାଣି ଶୋଭାଯାତ୍ରାରେ କିଏ ଆଗରେ ଯିବେ କିଏ ପଛରେ ଯିବେ ସେଥିନେଇ କ୍ରମାଙ୍କ ସ୍ଥିର କରିବାକୁ ଲକି ଡ୍ର ର ସହାୟତା ନିଆ ଯାଇଥିଲା। ବରିଷ୍ଠ କର୍ମକର୍ତ୍ତା ଦିଲୀପ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଡ୍ର ରେ ସର୍ବ ପ୍ରଥମେ ହୁଲୁରୁସିଂହା ମେଢ଼ ଯିବ । ତା ପଛକୁ ଅମଲା ପଡ଼ା ଦୁର୍ଗା ମଣ୍ଡପ,ହନୁମାନ ବଜାର,ବଜାର ଛକ,ଲକ୍ଷ୍ମୀ ବଜାର,କାଞ୍ଚନ ବଜାର,ବସ୍ ଷ୍ଟାଣ୍ଡ,ଆଶ୍ରମ ଛକ,କଲେଜ ଛକ, ଡିଆଇସି ଛକ,ଏବଂ ଶେଷରେ ଡେଲି ମାର୍କେଟ ଯିବ ବୋଲି ସ୍ଥିର କରାଯାଇଥିଲା।କାର୍ଯ୍ୟକ୍ରମରେ ଏଗାର ଟି ଯାକ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।ଶୋଭାଯାତ୍ରା ଅପରାହ୍ନ ତିନିଟାରେ ଥାନା ଛକରୁ ବାହାରି କାଞ୍ଚନ ଟକିଜ୍ ବସ୍ ଷ୍ଟାଣ୍ଡ ଦେଇ ପୂର୍ବ ବର୍ଷ ଭଳି ନିର୍ଦ୍ଧାରିତ ରାସ୍ତାରେ ଯିବ।