ମୁଖ୍ୟ ଖବର

ନିରପେକ୍ଷ ନିର୍ବାଚନକୁ ଅନୁଗୁଳ ପ୍ରଶାସନର ଗୁରୁତ୍ୱ: ନିର୍ବାଚନ ସମ୍ପର୍କିତ ଆପତ୍ତି ଅଭିଯୋଗ ପାଇଁ ଜାରି କଲା ମୋବାଇଲ୍ ନମ୍ବର

By Angul TV Bureau

May 09, 2024

ଅନୁଗୁଳ: ଆସନ୍ତା ୨୫ ତାରିଖରେ ଅନୁଗୁଳ ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନକୁ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା ସହ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ସମ୍ପର୍କିତ ଆପତ୍ତି ଅଭିଯୋଗ ପାଇଁ ମୋବାଇଲ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଭାରତୀୟ ନିର୍ବାଚନ ଆୟୁକ୍ତ ଦ୍ବାରା ନିଯୁକ୍ତ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ (ଢେଙ୍କାନାଳ ସଂସଦୀୟ କ୍ଷେତ୍ର) କାର୍ତ୍ତିକେୟନ୍ ପାଣ୍ଡ୍ରିଙ୍କୁ ମୋବାଇଲ୍ ନମ୍ବର – ୯୦୦୮୧୩୨୭୩୭, ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ (ସମ୍ବଲପୁର ସଂସଦୀୟ କ୍ଷେତ୍ର), ପ୍ରଞ୍ଚଳ ସିଂ ଙ୍କୁ ମୋବାଇଲ୍ ନମ୍ବର -୭୫୯୯୧୦୨୨୫୯|, ୮୪୮୦୨୮୭୦୧୮, ଅନୁଗୁଳ, ତାଳଚେର ଓ ପାଳ ଲହଡା ବିଧାନସଭା କ୍ଷେତ୍ର ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ପାଦୁମ୍ ସିଂ ଆଲ୍‌ମାଙ୍କୁ ମୋବାଇଲ୍ ନମ୍ବର – ୭୯୭୮୮୮୭୩୨୨ ଓ ଛେଣ୍ଡିପଦା ତଥା ଆଠମଲ୍ଲିକ ବିଧାନସଭା କ୍ଷେତ୍ର ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ସୁରେଶ କୁମାର ଓଲାଙ୍କୁ ମୋବାଇଲ୍ ନମ୍ବର – ୮୪୮୦୨୮୬୭୬୪ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି।