ମୁଖ୍ୟ ଖବର

ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

By Angul TV Bureau

January 26, 2025

ଭୁବନେଶ୍ବର: ଭାଙ୍ଗିଲା ବିଜେଡିର ସବୁ ସଂଗଠନ। ଆଗକୁ ବିଜେଡିର ହେବ ନବକଳେବର। ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି। ଏନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ନବୀନଙ୍କ ନିର୍ଦ୍ଦେଶରେ ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଛାତ୍ର ଜନତା ଦଳ, ଲିଗାଲ ସେଲ୍‌, ବିଜୁ ଶ୍ରମିକ ସାମ୍ମୁଖ୍ୟକୁ ମଧ୍ୟ ଭଙ୍ଗାଯାଇଛି।

ଏବେ ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି। ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଥିବା ଜଣାଯାଇଛି।