ମୁଖ୍ୟ ଖବର

ଅନୁଗୁଳରେ ଶୀତ ପଶିଲା ପାରଦ ଖସିଲା

By Biswaranjan Pattnaik

December 12, 2023

ଅନୁଗୁଳ: ଅନୁଗୁଳରେ ଚଳିତ ବର୍ଷ ପ୍ରଥମ ଶୀତ ଲହର ଅନୁଭୂତ ହୋଇଛି। ମଙ୍ଗଳବାର ସକାଳେ ଅନୁଗୁଳର ତାପମାତ୍ରା ସର୍ବନିମ୍ନ ୧୦.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶୀତ ଆସିବା ସହ ବଜାରରେ ଶୀତ ବସ୍ତ୍ରର କାରବାର ବୃଦ୍ଧି ପାଇଛି। ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଞ୍ଚଳରେ ମଧ୍ୟ ଶୀତର ପ୍ରକୋପ ଅଧିକ ଦେଖା ଦେଇଛି।