ଅନ୍ୟାନ୍ୟ

ଶୁଣିଲାନି ଆଠମଲ୍ଲିକ ପୋଲିସ, ନ୍ୟାୟ ଆଶାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ମହିଳା

By Angul TV Bureau

September 08, 2022

ଅନୁଗୁଳ: ଦୁର୍ବ୍ୟବହାର ଓ ମରଣାନ୍ତକ ଆକ୍ରମଣ ନେଇ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ନ୍ୟାୟ ଆଶାରେ ଆଜି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଭେଟିଛନ୍ତି ସ୍ଥାନୀୟ ତିତିରିକଟାର ଦୁଇ ଜଣ ବ୍ୟକ୍ତି। ଆଠମଲ୍ଲିକ ଥାନା ଅଧୀନସ୍ଥ ତିତିରିକଟାର ପ୍ରମିଳା ବେହେରା ଓ ଭାବଗ୍ରାହୀ ବେହେରା ଅଭିଯୋଗ କରିଛନ୍ତି ଯେ ରାଜ ମହାକୁଡ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ପଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲା।

ଏନେଇ ସେ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆଜି ଯାଏଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲାନାହିଁ। ଏଣୁ ଆଜି ବାଧ୍ୟ ହୋଇ ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏଠାରେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ବୋଲି କହିଛନ୍ତି ପ୍ରମିଳା।