ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସାଇ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି। କଳସ ଯାତ୍ରା ସହ ପୂଜା ଅର୍ଚ୍ଚନା ହୋଇଥିଲା। ବୁଧବାର ଭୋରରୁ ସୂର୍ଯ୍ୟ ପୂଜା ସହ ହୋମଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପୂଜକ ମିନ କେତନ ନାଥ, ତ୍ରିନାଥ ନାଥ, ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ପ୍ରମୋଦ ମହାପାତ୍ରଙ୍କ ଉପସ୍ଥିତରେ ସ୍ଥାପନ ସହ ପ୍ରଭୁ ଶ୍ରୀ ସାଇଙ୍କ ମନ୍ଦିର ପ୍ରବେଶ ହୋଇଥିଲା। ରୁଦ୍ର ନାରାୟଣ ପରିଡା ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ରୂପେ କାର୍ଯ୍ୟ କରିଥିଲେ। ଉତ୍ସବରେ ସିଦ୍ଧେଶ୍ୱର ପୂଜା କମିଟି ସଭାପତି ଅଜିତ ସାହୁ, ଭକ୍ତ ଟଙ୍କଧର ସାମଲ, ସୁବାସିନୀ ସାମଲ, ସ୍ଵପ୍ନା ସାମଲ, ଅଜିତ ସାମଲ, ସୁଜିତ ସାମଲ, ମିତା ସାମଲଙ୍କ ସହ ବହୁ ସାଇ ଭକ୍ତ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।