ଅନ୍ୟାନ୍ୟ

ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃବିଭାଗ ଓ ବହିର୍ବିଭାଗର ଉଦଘାଟନ କଲେ ଉପବାଚସ୍ପତି

By Angul TV Bureau

November 07, 2022

ଅନୁଗୁଳ: ସ୍ଥାନୀୟ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃ ବିଭାଗ ଓ ବହିର୍ବିଭାଗ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଉଭୟ ବିଭାଗକୁ ଉଦଘାଟନ କରିଥିଲେ। ଏହି ବିଭାଗ ଦ୍ଵାରା ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ଉପକୃତ ହୋଇ ପାରିବେ ବୋଲି ଉପବାଚସ୍ପତି କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜଶ୍ରୀ ସାହୁ, ୪ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବଚରଣ ଦେହୁରୀ, ସିଡିଏମଓ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାଏକ, ବନ୍ତଳା ସରପଞ୍ଚ, ଶଙ୍ଖପୁର ସରପଞ୍ଚ, କୁମୁରିସିଂହା ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।