ମୁଖ୍ୟ ଖବର

ଇଟା ଫ୍ୟାକ୍ଟ୍ରିରେ ପଶି ଗାଡ଼ି ଭାଙ୍ଗିବାର ପ୍ରତିଶୋଧ ନେଲେ ମାଲିକ, ରାତି ଅଧରେ ଗାଁରେ ପଶି ଜାଳିଦେଲେ ଆଠଟି ପୁଆଳ ଭାଡ଼ି; ଥାନାରେ ମାମଲା

By Angul TV Bureau

January 24, 2023

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସଇଡ଼ା ପଞ୍ଚାୟତ ଅଧୀନ କନ୍ତଳା ଗାଁରେ ସୋମବାର ବିଳମ୍ବିତ ରାତିରେ ଏକା ସମୟରେ ଆଠଟି ପୁଆଳ ଗଦାରେ ନିଆଁ ଲାଗି ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗାଁର କାଳିଆ ବେହେରାଙ୍କ ଅଭିଯୋଗ ମୁତାବକ, ଶିମିଳିପାଳ ଅଞ୍ଚଳର ଦୁଷ୍ମନ୍ତ ରାଉତ କିଛି ସହଯୋଗୀଙ୍କ ସହ ଆସି ନିଜ ପୁଆଳ ଗଦା ସହ ଅନ୍ୟମାନଙ୍କ ଗଦାରେ ବି ନିଆଁ ଲଗାଇଦେଇଛନ୍ତି। ସେ କହିଛନ୍ତି, ପେଚାମୁଣ୍ଡି ପଞ୍ଚାୟତ ଶିମିଳିପାଳର ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ନାମରେ କନ୍ତଳା ଏସଡିପି ନିକଟରେ ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିକୁ କେନ୍ଦ୍ର କରି ଦୀର୍ଘ ଦିନ ହେବ ଉଭୟଙ୍କର ଝଗଡ଼ା ଚାଲିଥିଲା। ତେବେ ପ୍ରଥମେ ଦୁଷ୍ମନ୍ତ ରାଉତ ଥାନାର ଦ୍ୱାରସ୍ଥ ହୋଇ ସଇଡା ସରପଞ୍ଚ ସ୍ୱାମୀଙ୍କ ବିରୋଧରେ ତାଙ୍କ ପାଉଁଶ ଇଟା ଫ୍ୟାକ୍ଟ୍ରିକୁ ଯାଇ କର୍ମଚାରୀଙ୍କୁ ଧମକ ଚମକ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ସେହି ଗ୍ରାମର ଗିରିଧର ଗଡ଼ ନାୟକ ତାଙ୍କ ଫ୍ୟାକ୍ଟ୍ରିକୁ ଯାଇ ତିନି ଟ୍ରକର କାଚ ଓ ଲାଇଟ ଆଦି ଭାଙ୍ଗିବା ଘଟଣାକୁ ନେଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ଗ୍ରାମବାସୀ ଦୁଷ୍ମନ୍ତକୁ ଆକ୍ଷେପ କରିଛନ୍ତି। ତେବେ ଦୁଷ୍ମନ୍ତ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଦୁଷ୍ମନ୍ତ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତକାଲି ରାତିରେ ସେହି ଗ୍ରାମର ଗିରିଧର ଗଡ଼ନାୟକ ଆସି ତାଙ୍କ ଫ୍ୟାକ୍ଟ୍ରିରେ ଥିବା ଗାଡ଼ିର କାଚ ଭାଙ୍ଗିଛନ୍ତି। ଏହା ସିସିଟିଭିରେ ବି ରହିଛି। ତେବେ ଉଭୟ ପକ୍ଷର କେସକୁ ଆଧାର କରି ପାଳଲହଡା ଥାନା ଅଧିକାରୀ ତଦନ୍ତ ଜାରି ରଖିଥିବା କହିଛନ୍ତି।