ମୁଖ୍ୟ ଖବର

MMDR ସଂଶୋଧନ ବିରୋଧରେ ଅନୁଗୋଳରେ ଇଣ୍ଡିଆ ମେଣ୍ଟର ସମାବେଶ

By Angul TV Bureau

September 27, 2026

ଅନୁଗୋଳ: MMDR ସଂଶୋଧନ ଅଧିନିୟମ-୨୦୨୬ ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଅନୁଗୋଳ ବିଜୁ ମଇଦାନରେ ଆଞ୍ଚଳିକ ସମାବେଶ ଅନୁଷ୍ଠିତ ହୋଇଛି। ପାଞ୍ଚ ଜିଲ୍ଲାକୁ ନେଇ ଆୟୋଜିତ ଏହି ସମାବେଶରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।

ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଯୋଗଦେଇ MMDR ସଂଶୋଧନ ଯୋଗୁଁ ଓଡ଼ିଶାର ଖଣିଜ ରାଜସ୍ୱ ଓ ରାଜ୍ୟ ସ୍ୱାର୍ଥ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଥିଲେ। ସେ ରାଜ୍ୟର ବେକାରୀ, ଦରଦାମ ବୃଦ୍ଧି ଓ ଆଇନଶୃଙ୍ଖଳା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ସିପିଏମ ନେତା ନାରାୟଣ ରେଡ୍ଡୀ, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ ଓ ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇ ସଂଶୋଧନ ପ୍ରତ୍ୟାହାର ଦାବି କରିଥିଲେ। ଆବଶ୍ୟକ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ନେତାମାନେ କହିଥିଲେ।ଏହାପୂର୍ବରୁ ଶୈଳ ଶ୍ରୀକ୍ଷେତ୍ରରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ବିଜୁ ମଇଦାନରେ ପହଞ୍ଚିଥିଲା। ସମାବେଶରେ ବହୁ କଂଗ୍ରେସ, ବାମଦଳ ଓ ଇଣ୍ଡିଆ ମେଣ୍ଟ ନେତା ଓ କର୍ମୀ ଯୋଗଦେଇଥିଲେ।