ଅନୁଗୁଳ: ଦୁବାଇରେ ଚାଲିଥିବା ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଟ୍ରେ ଅଷ୍ଟ୍ରେଲିଆକୁ ୪ ୱିକେଟ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ବିରାଟ କୋହଲି ପୁଣିଥରେ ଚତ୍ମକାର ପ୍ରଦର୍ଶନ ସହ ୮୪ (୯୮) ରନ କରି ଦଳକୁ ବିଜୟ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ଆୟର ୪୫ ଓ ହାର୍ଦ୍ଦିକ ବିସ୍ଫୋରକ ୩୦ ରନ କରିଥିବାବେଳେ ରାହୁଲ ୪୨ ରନ କରି ଅପରାଜିତ ରହିବା ସହ ବିଜୟର ମୁଣ୍ଡି ମାରିଥିଲେ। ଆସନ୍ତାକାଲି ବୁଧବାର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ।