ଅନୁଗୁଳ: ଲଗାତାର ଟସ୍ ହାରିବାର ଆଜି ବିଶ୍ବ ରେକର୍ଡ କରିଛି ଭାରତ। ଆଜି ଚାମ୍ପିୟାନ୍ସ ଟ୍ରଫିରେ ଦୁବାଇରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବଡ଼ ପ୍ରତିଦ୍ବନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଆଜିର ମ୍ୟାଚରେ ପାକିସ୍ତାନ କ୍ୟାପଟେନ ମହମ୍ମଦ ରିଜୱାନ ଟସ୍ ଜିତିବା ସହ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ଟସକୁ ମିଶାଇଲେ ଭାରତ ଲଗାତାର ୧୨ ଥର ODIରେ ଟସ୍ ହାରିବାର ବିଶ୍ବ ରେକର୍ଡ କରିଛି।
ସୂଚନାଯୋଗ୍ୟ ଯେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳିଥିବା ଟିମ୍ ଆଜି ପାକିସ୍ତାନକୁ ଭେଟିଛି। ଦଳରେ କୌଣସି ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇନାହିଁ। ତେବେ ଭାରତ ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଥିବା ଜଣାଯାଇଛି।