ନୂଆଦିଲ୍ଲୀ : ଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ ଶୁଭମନ ଗିଲ(୧୧୬)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ, ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ବିଜୟ ଲକ୍ଷ୍ୟ ରଖିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନ କରିଛି। ଏହି ମ୍ୟାଚରେ କୋହଲି ୧୧୦ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୨ ଛକା ବଳରେ ୧୬୬ ରନ କରି ଅପରାଜିତ ରହିଥିଲେ। ଏହା ତାଙ୍କ କ୍ୟାରିୟରର ୪୬ତମ ଶତକ। ତେବେ ଆଜିର ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି । ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଛି।