କ୍ରୀଡ଼ା

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ରେକର୍ଡ, ୧୧୮ ମ୍ୟାଚରୁ ୬୦ଟି ଜିତି ଆଗୁଆ ଅଛି ଟିମ୍ ଇଣ୍ଡିଆ

By Angul TV Bureau

March 02, 2025

ଅନୁଗୁଳ: ଆଜି ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଗ୍ରୁପ୍ ‘ଏ’ ର ଶେଷ ଲିଗ୍ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ଯରେ ଖେଳାଯିବ। ଆଜି ପର୍ଯ୍ୟନ୍ତ କିୱି ଦଳ ବିରୋଧରେ ଭାରତ ୧୧୮ଟି ଦିନିକିଆ ମ୍ୟାଚ୍ ଖେଳି ୬୦ଟିରେ ଜିତିଛି ଓ ୫୦ଟିରେ ପରାସ୍ତ ହୋଇଥ‌ିବା ବେଳେ ଗୋଟିଏ ମୁକାବିଲା ଟାଏ ଏବଂ ୭ଟିମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର ୪ ୱିକେଟ୍‌ରେ ୩୯୭ ରନ ଥ‌ିବା ବେଳେ ଉଭୟ ଦଳ ପକ୍ଷରୁ ସଚିନ ତେନ୍ଦୁଲକର ସର୍ବାଧ‌ିକ ୧୭୫୦ ରନ ସଂଗ୍ରହ କରିଛନ୍ତି।