କ୍ରୀଡ଼ା

ନାଲକୋଠାରେ ଭାରତର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଉଦଘାଟିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

By Angul TV Bureau

October 07, 2022

ଅନୁଗୁଳ: ସ୍ଥାନୀୟ ନାଲକୋ ସରସ୍ୱତୀ ବିଦ୍ୟା ମନ୍ଦିରରେ ଏକଲ ବିଦ୍ୟାଳୟ ଆନୁକୂଲ୍ୟ ଓ ନାଲକୋର ସହଭାଗିତାରେ ଭାରତର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଆଜି ଉଦଘାଟିତ ହୋଇଛି। କେନ୍ଦ୍ର ଜଳ ସମ୍ପଦ ଜନଜାତି କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ମୃଦଳା ଠାକୁର ପ୍ରଧାନ, ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା, ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ର ନାରାୟନ ପାଣି ଓ ନାଲକୋର ଗ୍ରୁପ ଜେନେରାଲ ମ୍ୟାନେଜର ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଏହା ୩ ଦିନ ଚାଲିବ। ସୂଚନାଯୋଗ୍ୟ ଯେ ଏକଲ ଏଭଳି ଏକ ପ୍ରତିଷ୍ଠାନ ଯାହା କ୍ରୀଡ଼ା, ସ୍ୱାସ୍ଥ୍ୟ, ସଂସ୍କୃତି, ସଂସ୍କାର ଓ ଶିକ୍ଷା ଭଳି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରି ଚାଲିଛି।