ଅନ୍ୟାନ୍ୟ

ଅମରବାଣୀ ସ୍କୁଲରେ ସ୍ଵାଧୀନତା ଦିବସ

By Biswaranjan Pattnaik

August 16, 2024

ଅନୁଗୁଳ: ଅନୁଗୁଳ ତୁରଙ୍ଗ ବିକାସନଗର ସ୍ଥିତ ଅମରବାଣୀ ସ୍କୁଲରେ ୭୮ ତମ ସ୍ବାଧିନତା ଦିବସ ଉତ୍ସାହ ଉଦ୍ଦୀପନା ର ସହ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର। ଶ୍ରୀ ସର ନିଜ ଅଭିଭାଷଣରେ ସ୍ୱାଧିନୋତ୍ତର ଭାରତରେ ବୈପ୍ଲବିକ ପରିବର୍ତ୍ତନ,ବିକାଶ ଏବଂ ବିଶ୍ୱଗୁରୁ ହେବାର ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ।ଏହି ସମାରୋହରେ ଛାତ୍ର ଛାତ୍ରୀ ମାନେ ଆକର୍ଷଣୀୟ ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତର ଯୁଗଳବନ୍ଦୀ ଉପସ୍ଥାପନ କରିଥିଲେ। ଏଥିସହିତ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମାରୋହରେ ସ୍କୁଲ ଅଧ୍ୟକ୍ଷା ସିଷ୍ଟର ଅନିମା ଏବଂ ଉପାଧ୍ୟକ୍ଷା ସିଷ୍ଟର ଶର୍ମିଲାଙ୍କ ସମେତ ପରିଚାଳନା କମିଟି ସଦସ୍ୟ ନରେନ୍ଦ୍ର ପଟନାୟକ ଏବଂ ଶୁଭ୍ରା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।