ଅନ୍ୟାନ୍ୟ

ସମର୍ପଣ ଏକାଡେ଼ମୀରେ ସ୍ୱାଧୀନତା ଦିବସ ପାଳିତ

By Angul TV Bureau

August 17, 2025

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେ଼ମୀର ଅମଲପଡା, ପ୍ରଗତିନଗର ଓ ମାଟିଆସାହି କ୍ୟାମ୍ପସରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳେ  ଅଧକ୍ଷା ବୈଷ୍ଣବୀ ଦେଓ, ପରିଚାଳନା ନିର୍ଦ୍ଧେଶକ ନିରୋଦ କୁମାର ସାହୁ, ସହ ପରିଚାଳକ ପାର୍ଥ ସାରଥୀ ରାଉତ ତିନୋଟି କ୍ୟାମ୍ପସରେ ତୀରଙ୍ଗା  ପତାକା ଉତ୍ତୋଳନ କରିଥିଲେ।

ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ତିନିଶହରୁ ଅଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଭାରତ ସ୍ୱାଧୀନତା ହାସଲ କରିବାରେ ଯେଉଁ ମହାପୁରୁଷ ମାନେ ତ୍ୟାଗ ଓ ବୀରତ୍ୱର ପରକାଷ୍ଠ ଦେଖାଇ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ପରିଚାଳନା ନିର୍ଦ୍ଧେଶକ ଶ୍ରୀ ସାହୁ ଛାତ୍ର ଛାତ୍ରୀଙ୍କୁ କହିଥିଲେ।

ଏ ଦେଶକୁ ବିକଶିତ କରିବା ପାଇଁ ଆମକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲା। ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ଏକାଡେ଼ମିକ କୋର୍ଡିନେଟର ଭବାନୀ ଶଙ୍କର ସାହୁ, ନୀତିଶ ଚନ୍ଦ୍ର ବେହେରା, ବରୁଣ କୁମାର ସାହୁ, ବୀରେନ ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।