ଅନୁଗୋଳ: ଜିଲ୍ଲାର ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଛି। ବିଦ୍ୟାଳୟ ଏବଂ ସମାଜସେବୀ ଶିବୁ ନାୟକଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପ୍ରାତଃ ସମୟରେ ଜାତୀୟ ପତାକା ଉତ୍ତୋଳନ ପରେ ମୁଖ୍ୟ ଅତିଥି ଭାବେ ପର୍ଶୁରାମ ଦାସ, ମାନସ କୁମାର ମିଶ୍ର, ପୂର୍ଣ୍ଣିମା ମିଶ୍ର ଓ ଶକ୍ତି ସ୍ୱରୂପ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ସମିତି ସଭ୍ୟ ରାଧାକାନ୍ତ ପଳେଇ, ଗ୍ରାମସଭାପତି ବିଭୂତି ଭୂଷଣ ସାହୁ ଏବଂ ପ୍ରଧାନଶିକ୍ଷକ ଗଦାଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଅନୁଷ୍ଠିତ ଚିତ୍ରାଙ୍କନ, କୁଇଜ୍, ଭାଷଣ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପିଲାମାନଙ୍କ ଦ୍ୱାରା ପରିବେଷିତ ମନୋମୁଗ୍ଧକର ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ପୂରା ଗ୍ରାମପରିବେଶ କମ୍ପି ଉଠିଥିଲା। ଗ୍ରାମବାସୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ଭାଗିଦାରୀ ଯୋଗୁ ଏହି ଉତ୍ସବ ଅତ୍ୟନ୍ତ ସଫଳ ହୋଇଥିଲା।