ଅନ୍ୟାନ୍ୟ

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ କଲେ ଲୁଲୁ ସେନାର ସଦସ୍ୟ

By Angul TV Bureau

August 15, 2024

ଅନୁଗୁଳ: ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳରେ ନୂତନ ଭାବେ ଗଠନ କରାଯାଇଥିବା ସାମାଜିକ ସଂଗଠନ ଲୁଲୁ ସେନା ତରଫରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ କରାଯାଇଛି। ବନ୍ତଳା ଅଞ୍ଚଳର ନନ୍ଦପୁର, ବାରଗୌଣିଆ, ପୋକତୁଙ୍ଗା ଆଦି ଅଞ୍ଚଳର ଭିନ୍ନ ଭିନ୍ନ ବିଦ୍ୟାଳୟରେ ଲୁଲୁ ସେନା ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ କରିଛି। ଏ ଅବସରରେ ସେମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମରେ ଲୁଲୁ ସେନାର ସଦସ୍ୟ ସହଯୋଗ କରିଥିଲେ।