ଅନ୍ୟାନ୍ୟ

ସୂଚନା ଅଧିକାର ଆଇନରେ ମିଳୁନି ସୂଚନା

By Angul TV Bureau

January 22, 2022

ଅନୁଗୁଳ: ଅନୁଗୁଳ ତହସିଲ ଓ ପୌର କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନରେ ସୂଚନା ମିଳୁନି ବୋଲି ଅଭିଯୋଗ ହୋଇଛି। ଅନୁଗୁଳ ପୌରାଞ୍ଚଳର ଯୁବ ସାମ୍ବାଦିକ ସଞ୍ଜିବ ମାଣ୍ଡୋଠିଆ ଅଭିଯୋଗ କରିଛନ୍ତି ଯେ, ସେ ଅନୁଗୁଳ ତହସିଲ ଓ ପୌର କାର୍ଯ୍ୟାଳୟରେ ମାସେ ପୂର୍ବରୁ ସୁଚନା ଅଧିକାର ଆଇନରେ କିଛି ସୂଚନା ମାଗିଥିଲେ। ତେବେ ଅନଗୁଳ ତହସିଲ କାର୍ଯ୍ୟାଳୟର ସୁଚନା ଅଧିକାରୀ କାମ ଭିଡ଼ର ବାହାନା ଦେଖାଇ ସୂଚନା ଦେବାକୁ ମନା କରି ଦେଇଛନ୍ତି। ଅନ୍ୟପକ୍ଷରେ ପୌର କାର୍ଯ୍ୟାଳୟର ସୂଚନା ଅଧିକାରୀ କୋଭିଡ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସୂଚନା ଦେବାକୁ ଅଧିକ ୧୫ ଦିନ ଦେବାକୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଯାହାକି ସୂଚନା ଅଧିକାର ଆଇନର ଖୋଲା ଖୋଲି ଉଲଙ୍ଘନ ବୋଲି ଶ୍ରୀ ମାଣ୍ଡୋଠିଆ ଅଭିଯେଗେ କରିଛନ୍ତି। ତେଣୁ ସେ ବାଧ୍ୟ ହୋଇ ରାଜ୍ୟ ସୁଚନା କମିଶନଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାଇଛନ୍ତି।