ମୁଖ୍ୟ ଖବର

ସରକାରୀ ହସ୍ପିଟାଲ ରେ ସିକ୍ୟୁରୀଟି ମାରୁଛନ୍ତି ଇଂଜେକସନ

By Biswaranjan Pattnaik

September 08, 2021

ଅନୁଗୁଳ: ଅନଗୁଳ ସରକାରୀ ହସ୍ପିଟାଲ ରେ ଜଣେ ସିକ୍ୟୁରୀଟି ଗାର୍ଡ ଇଂଜେକସନ ମାରିବାର ଚିତ୍ର ଭାଇର।ଲ ହେଉଥିବାବେଳେ ଏଥିନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।କାହା ନିର୍ଦେଶରେ ସିକ୍ୟୁରୀଟି ଗାର୍ଡ ଏଭଳି ବେଆଇନ ଏବଂ ବିପଦଜନକ କାମ କରୁଛନ୍ତି ତାହା ଜଣାପଡିନାହିଁ।ତେବେ କାଜୁଆଲିଟି ରେ ଏଭଳି ଘଟଣା ଘଟିଥିବା କୁହାଯାଇଛି।ଏବେ ୮୩ ଜଣ ସିକ୍ୟୁରୀଟି କାମ କରୁଥିଲେ ମଧ୍ୟ ସେମାନଙ୍କ କାମ ସନ୍ତୋଷଜନକ ନୁହେଁ। ତେବେ ଏ ଘଟଣାରେ ଏଡିଏମଓ ମେଡିକଲଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଭାରତ ସିକ୍ୟୁରୀଟି ର ମାଲିକ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।